
ଭୁବନେଶ୍ୱର ,ଭଦ୍ରକରୁ ଲେବର ଓ ଢାଳେଇ ମେସିନଧରି, ପିକଅପ ଗାଡି ବାସୁଦେବପୁର ଅଞ୍ଚଳକୁ କାମ ପାଇଁ ଆସିଥିଲେ। ବେକମୁଡ଼ି ଛଳରେ ଗାଡିଟି ଆସୁଥିବା ବେଳେ ଏକ ଗାଈ ଆଗରେ ଚାଲି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡ଼ିରେ ଥିବା ଶ୍ରମିକ ମାନେ ଚାପି ହୋଇଥିଲେ। ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାରକରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧରୁ ଗୁରୁତର ଆହତଙ୍କୁ ଭଦ୍ରକ ପଠାଇ ଦିଆଯାଇଥିବା ସୂଚନା ମିଳିଛି।ବାସୁଦେବପୁର ପଦ୍ମପୁର ରାସ୍ତାର ବେକମୁଡ଼ି ଛକରେ ଓଲଟିଲା ପିକଅପ ଗାଡି। ଗାଡ଼ିରେ ଥିବା ପାଖାପାଖି ୨୦ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଘର ଠାକୁର ମୁଣ୍ଡା ଓ କରଞ୍ଜିଆ ଅଂଚଳ।




