
ଭୁବନେଶ୍ୱର , ପେଟ୍ରୋଲ ଓ ଡିଜେଲ ଦରରେ ୩ଟଙ୍କା ଓ ସିଏନ୍ଜିରେ ୨ ଟଙ୍କା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ, ଶୁକ୍ରବାର ବସ୍ ଭଡ଼ା ବୃଦ୍ଧି କରାଯାଇଛି। ସାଧାରଣ ବସ୍ ପୂର୍ବରୁ କିଲୋମିଟର ପିଛା ୮୮ ପଇସ| ଥିବା ବେଳେ, ବୃଦ୍ଧି ପାଇ ୯୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ କିଲୋମିଟର ପିଛା,୯୨ ପଇସାରୁ ୯୪ ପଇସା, ଡିଲକ୍ସ ବସ୍ କିମି ପିଛା ୧.୨୭ରୁ ୧.୩୧ ଟଙ୍କା, ଏସି ଡିଲକ୍ସ ବସ୍ କିମି ପିଛା ୧.୫୫ରୁ ୧.୫୯ ଟଙ୍କା, ସୁପର ଡିଲକ୍ସ କିମି ପିଛା ୨.୪୧ ରୁ ୨.୪୭ ଟଙ୍କାକୁ ବୃଦ୍ଧି ପାଇଛି। ଆଜିଠାରୁ ଏହି ବର୍ଦ୍ଧିତ ବସ୍ଭଡା ଲାଗୁ କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପହିବହନ କର୍ତ୍ତୃପକ୍ଷ ସମସ୍ତ ସରକାରୀ, ଏବଂ ଘରୋଇ ବସ୍ ସଂଘଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି।ଯୁଦ୍ଧ ସ୍ଥିତି ଯୋଗୁଁ ରାଜ୍ୟରେ ତୈଳ ସଙ୍କଟ ଦେଖାଦେଇଛି।




