Uncategorized

ଆଣ୍ଡାମାନ ଛୁଇଁଲା ମୌସୁମୀ: କେରଳରେ ଆଗୁଆ ପ୍ରବେଶ ସମ୍ଭାବନା

ନୂଆଦିଲ୍ଲୀ: ଦେଶରେ ଆଗକୁ ବଢ଼ିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଏହା ଆଣ୍ଡାମାନ ଛୁଇଁ ଆଗକୁ ଅଗ୍ରସର ହୋଇଛି । ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ସମଗ୍ର ନିକୋବର ଦୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଛୁଇଁଛି । ଏହା ସହିତ ଶ୍ରୀ ବିଜୟପୁରମ (ପୋର୍ଟ ବ୍ଲେୟାର) ଏବଂ ଆଣ୍ଡାମାନ ଦ୍ୱୀପର କିଛି ଅଂଶରେ ମଧ୍ୟ ମୌସୁମୀ ବାୟୁ ପ୍ରବେଶ କରିସାରିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଯଦି ମୌସୁମୀର ଗତିବିଧି ଏହିପରି ସ୍ୱାଭାବିକ ରହେ, ତେବେ ଏହା ନିର୍ଦ୍ଧାରିତ ସମୟ ଆଗରୁ କେରଳ ମଧ୍ୟ ଛୁଇଁପାରେ । ପୂର୍ବରୁ ମଧ୍ୟ ବିଭିନ୍ନ ପାଣିପାଗ ମଡେଲ୍ ଦେଶରେ ଆଗୁଆ ମୌସୁମୀ ପ୍ରବେଶ ନେଇ ଆକଳନ କରିଥିଲେ । ଚଳିତ ବର୍ଷ ମୌସୁମୀ ସଅଳ ଆସିବାକୁ ଥିବାରୁ ଏହା କୃଷି କାର୍ଯ୍ୟ ପାଇଁ ଅନୁକୂଳ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button