Uncategorized

ବାରାମତୀରେ ପୁଣି ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀରେ ପୁଣି ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ‘ରେଡ୍ ବାର୍ଡ’ ଏକାଡେମୀର ଏକ ଦୁଇ ଆସନ ବିଶିଷ୍ଟ ଟ୍ରେନିଂ ବିମାନ ଗୋଜୁବାବି ଗାଁ ନିକଟରେ ଜରୁରୀକାଳୀନ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଡ଼ାଣ ସମୟରେ ବିମାନର ଇଞ୍ଜିନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବିମାନକୁ ଏକ ଖୋଲା ପଡ଼ିଆରେ ‘ହାର୍ଡ ଲ୍ୟାଣ୍ଡିଂ’ କରାଇବାକୁ ଚେଷ୍ଟା କରିଥିଲେ। ଏହି ପ୍ରକ୍ରିୟାରେ ବିମାନଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କୌଣସି ଜୀବନହାନି ଘଟିନାହିଁ। ପାଇଲଟ୍ ଏବଂ ସହ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ବିମାନଟି ଜରୁରୀକାଳୀନ ଅବତରଣ କରୁଥିବା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏକ ବୈଷୟିକ ଦଳ ବର୍ତ୍ତମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛନ୍ତି।

Related Articles

Back to top button