ଅନ୍ତର୍ଜାତୀୟବାଣିଜ୍ୟ
ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା।

ଭୁବନେଶ୍ୱର ,ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା। ସୁନା, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ, ସୀମା ଶୁଳ୍କ ୬ରୁ ୧୫%କୁ ବୃଦ୍ଧି କରାଯାଇଛି।
ବିବାହ ଋତୁ ପୂର୍ବରୁ, ସୁନା ଓ ଗହଣା କିଣିବା ଅଧିକ,ଖର୍ଚ୍ଚ ସାଧ୍ୟ ହୋଇପାରେ।
ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାର ସୁନା ଓ ରୂପା ଆମଦାନି ଉପରେ ୧୦% ମୌଳିକ କଷ୍ଟମ୍ସ ଡ୍ୟୁଟି ଲଗାଇଛନ୍ତି।
ଯାହା ଫଳରେ ପ୍ରଭାବୀ ଆମଦାନି, ଶୁଳ୍କ ୬% ରୁ ବଢ଼ି ୧୫% ହୋଇଛି ।ବିଶ୍ୱସ୍ତରରେ ଯୁଦ୍ଧ ସଂକଟ ଓ ଅର୍ଥନୈତିକ ଅସ୍ଥିରତା କାରଣରୁ ସୁନାର ଚାହିଦା ବଢିଛି। ଏହାର ପ୍ରଭାବ ଭାରତୀୟ ବଜାରରେ, ମଧ୍ୟ ପଡୁଛି।
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ସୁନା ଆମଦାନୀ ଅଧିକ ମହଙ୍ଗା ହେଉଛି।




