
ଭୁବନେଶ୍ୱର ,ପେଟ୍ରୋଲ ଏବଂ ଡିଜେଲର ବ୍ୟବହାରକୁ ସୀମିତ କରିବା ପାଇଁ ସେ ପୁଣି ଥରେ, କରୋନା କାଳର ‘ୱର୍କ ଫ୍ରମ୍ ହୋମ୍‘ ମଡେଲକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଛନ୍ତି, ମୋଦୀ। ଯେଉଁ ସଂସ୍ଥା ବା କମ୍ପାନୀଗୁଡ଼ିକରେ ସମ୍ଭବ, ସେଠାରେ କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ, ଇନ୍ଧନ ବଞ୍ଚାଇବା କେବଳ ପରିବେଶ ସୁରକ୍ଷା ନୁହେଁ, ବରଂ ଦେଶର ଆର୍ଥିକ ମଜଭୁତି ପାଇଁ ଅତ୍ୟନ୍ତ ଜରୁରୀ। ତୈଳ ଆମଦାନୀ ପାଇଁ ଦେଶକୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଯଦି ଘରୁ କାମ କରିବା ମଡେଲକୁ ପୁଣି ଆପଣାଯାଏ, ତେବେ ଗାଡ଼ିମୋଟର ଚଳାଚଳ କମିବ ଏବଂ ପେଟ୍ରୋଲ-ଡିଜେଲ ଉପରେ ଚାପ ହ୍ରାସ ପାଇବ।ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍କୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ପୁଣି ଥରେ, ନିଜ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ନେଇ, ଆଶା କରାଯାଉଛି। ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ସଙ୍କଟରୁ ବଞ୍ଚାଇବା ସହ, ଏକ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ।




