ଅନ୍ୟାନ୍ୟରାଜନୀତି

ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର,ସେସେଲ୍ସର  ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ, ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆଜି  ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ରାଷ୍ଟ୍ରପତି, ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଏହା ସହିତ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ରହିଥିବା ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ, ମତାମତ ବିନିମୟ କରିବେ।ପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୫ ମସିହାରେ ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ସହିତ ଭାରତୀୟ ନୌସେନାର ଦୁଇଟି ଯୁଦ୍ଧଜହାଜ, ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଭାଗ ନେବେ।ଭାରତ ଏବଂ ସେସେଲ୍ସ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଏବଂ ପାରସ୍ପରିକ ସମ୍ପର୍କର, ଏକ ଦୀର୍ଘ ଦିନର, ବନ୍ଧୁତା ରହିଆସିଛି।ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ଜାତୀୟ ସେମ୍ବଲିକୁ, ସମ୍ବୋଧିତ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ଆଜି ସେ ବୋଟାନିକାଲ୍ ଗାର୍ଡେନ୍ପରିଦର୍ଶନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ସେସେଲ୍ସ କୋଷ୍ଟଗାର୍ଡ କେନ୍ଦ୍ରକୁ ମଧ୍ୟ, ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button