
ଭୁବନେଶ୍ୱର,ଏଣିକି ମେଟ୍ରୋ ବଦଳେ ଟ୍ୱିନସିଟିରେ ଗଡିବ ୨୦୦ଟି ଇଲେକ୍ଟ୍ରିକ୍ ବସ୍। ଏନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ,ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ସଂସଦରେ ଉଠାଇବା ପରେ ବିଭାଗ ପକ୍ଷରୁ ସାଂସଦଙ୍କୁ ଯେଉଁ ଉତ୍ତର ଦିଆଯାଇଛି ତାକୁ ନେଇ ପୁଣି ଆଉ ଏକ ନୁଆ ବିବାଦ, ଉପୁଜିବାକୁ ଯାଉଛି। ମେଟ୍ରୋ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ତେଣୁ ଏକ ଦୀର୍ଘମିଆଦି ସ୍ଥାୟୀତ୍ୱକୁ ନଜରରେ ରଖି, ପଦକ୍ଷେପ ନିଆଯିବ। ଏଣୁ ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ BRTS ବା Bus Rapid Transit System ଏକ ବିକଳ୍ପ ହୋଇପାରେ ଏବଂ ଖୁବ ଅଳ୍ପ ବ୍ୟୟରେ, ମଧ୍ୟ ହୋଇପାରିବ। ଯାହା ମେଟ୍ରୋ ରେଳ ପରି ସମାନ ସେବା ଓ ସୁବିଧା ଯୋଗାଇବ। ଏହା ସହିତ PM-eBus ସେବା ଯୋଜନା ଅଧୀନରେ କଟକ ପାଇଁ ୧୦୦ ଏବଂ ଭୁବନେଶ୍ୱର ପାଇଁ ୧୦୦ ମୋଟ ୨୦୦ଟି ଇଲେକ୍ଟ୍ରିକ୍ ବସ୍, ଅନୁମୋଦନ କରାଯାଇଛି।ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ସଂସଦରେ, ଉଠାଇବା ପରେ ବିଭାଗ ପକ୍ଷରୁ ସାଂସଦଙ୍କୁ ଯେଉଁ ଉତ୍ତର ଦିଆଯାଇଛି, ତାକୁ ନେଇ ପୁଣି ଆଉ ଏକ ନୁଆ ବିବାଦ ଉପୁଜିବାକୁ ଯାଉଛି।




