ଅପରାଧଓଡ଼ିଶା

ରାଜଧାନୀରେ ଦିନଦିପହରେ ଗୁଣ୍ଡାଗର୍ଦ୍ଦି: ଥାନା ଆଗରୁ ଯୁବକଙ୍କୁ ଅପହରଣ କରି ଲୁଟିନେଲେ ୭୦ ହଜାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ସାହସ ବଢ଼ିବାରେ ଲାଗିଛି। ମୈତ୍ରୀବିହାର ଥାନା ସମ୍ମୁଖରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅପହରଣକାରୀମାନେ ନିଜକୁ ‘ସ୍ପେଶାଲ ସ୍କ୍ୱାର୍ଡ’ର ସଦସ୍ୟ ପରିଚୟ ଦେଇ ଯୁବକଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଜିତେନ୍ଦ୍ର ସାହୁ ନାମକ ଜଣେ ଯୁବକ ମୈତ୍ରୀବିହାର ଥାନା ନିକଟରେ ଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତି ଟେକି ନେଇଥିଲେ। ପୋଲିସ ପରିଚୟ ଦେଇ ସେମାନେ ଜିତେନ୍ଦ୍ରଙ୍କୁ ଏକ ବନ୍ଦ କୋଠରୀକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ନିର୍ଧୁମ ମାଡ଼ ମରାଯିବା ସହ ପ୍ରାୟ ୭୦ ହଜାର ଟଙ୍କା ଅନଲାଇନ୍ ମାଧ୍ୟମରେ ଲୁଟି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ନିଜକୁ ପୋଲିସର ‘ସ୍ପେଶାଲ ସ୍କ୍ୱାର୍ଡ’ ବୋଲି କହିଥିଲେ। ବନ୍ଧକ ରଖିବା ସହ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡ଼ପ କରିଛନ୍ତି। କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଜାରୁ ଖସି ଆସିବା ପରେ ଜିତେନ୍ଦ୍ର ଥାନାରେ ଏତଲା ଦେଇଛନ୍ତି। ଥାନା ଆଗରୁ ଏଭଳି ଅପହରଣ ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button