
ଭୁବନେଶ୍ୱର,ବଙ୍ଗରେ ଫୁଟିଲା ପଦ୍ମ। ଦୀର୍ଘ ୧୫ ବର୍ଷ ଧରି ଶାସନରେ ରହିବା ପରେ, ଶେଷରେ ମଉଳି ଯାଇଛି ମମତା ବାନାର୍ଜୀଙ୍କ ଚତୁର୍ଥ ଥର ସିଂହାସନ ଦଖଲର, ସ୍ବପ୍ନ।
ତାମିଲନାଡୁରେ ନ୍ୟୁକମର ବିଜୟଙ୍କ ଆଗରେ, ଫିକା ପଡିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ।
ମ୍ୟାଜିକ ନମ୍ବର ପାଖାପାଖି ପହଁଚିଛି, TVK। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ଆସନରେ, TVK ୧୦୮ ଆସନରେ ବିଜୟ ହୋଇଛି ।
ହେଲେ ସରକାର ଗଠନ ପାଇଁ କେଉଠୁ ଆଣିବେ ଆବଶ୍ୟକୀୟ ସଂଖ୍ୟା ତା ଉପରେ, ନଜର ।
ଆସାମରେ ଇତିହାସ ରଚିଛି ବିଜେପି। ଲଗାତର ତୃତୀୟ ଥର ପାଇଁ ଗଢିବାକୁ ଯାଉଛି ସରକାର।
୧୨୬ ଆସନରୁ ଶହେରୁ ଅଧିକ ଆସନରେ ଦବଦବା ଦେଖାଇଛି ଦଳ।




