ମଦରୁ ମୁକ୍ତି ପାଇଁ ଯୁବ ଶକ୍ତି ଲୋଡ଼ା


ଭୁବନେଶ୍ୱର : ମେ’ ୩ ତାରିଖ ଦିନ ମଦ ମୁକ୍ତି ଯୁବ ବାହିନୀ ଦ୍ୱାରା ମଦ ରୁ ମୁକ୍ତି ପାଇଁ ଏକ ଅଭିନବ ଉପାୟରେ ନିଳାଦ୍ରୀବିହାର ବୁଦ୍ଧ ପାର୍କ ସମ୍ମୁଖରେ ମଦ ବିରୋଧୀ ସ୍ଲୋଗାନ ଲେଖା ଥିବା ପ୍ଲାକାର୍ଡମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୨୦୧୮ମସିହା ଜାନୁଆରୀ ୩୦ ତାରିଖରୁ ଓଡିଶାରୁ ମଦ ମୁକ୍ତି ପାଇଁ ଗଢା ଯାଇଥିବା ଏହି ମଦ ମୁକ୍ତି ଯୁବ ବାହିନୀ କାର୍ଯ୍ୟ କରି ଆସୁଛି । ଆଜିକୁ ୭୦ ବର୍ଷ ପୂର୍ବରୁ ମଦ ମୁକ୍ତି ପାଇଁ The Orissa Prohibition Act 1956 ଆଇନ କୁ ଓଡିଶା ବିଧାନସଭାରେ ପାରିତ କରାଯାଇଥିଲେ ମଧ୍ୟ ତାହାକୁ କୌଣସି କାର୍ଯ୍ୟକାରୀ ନ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବର ବିଜେଡି ସରକାର ରାଜ୍ୟର ୪୦୦୦ ରୁ ଉର୍ଦ୍ଧ୍ବ ସରକାରୀ ମଦ ଦୋକାନୀ ଖୋଲିଥିଲେ , ଯେଉଁଥିପାଇଁ ସାରାରାଜ୍ୟରେ ପୂର୍ବ ସରକାରଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

୨୦୨୪ ରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କ ନିର୍ବାଚନ ପ୍ରତିଶୃତିରେ ମଦ ମୁକ୍ତ ଓଡିଶା ଗଠନ କରିବାକୁ ସଂକଳ୍ପ ଉଲ୍ଲେଖ କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ ନ କରି ମଦର ହୋମ ଡେଲିଭରି, ସମୁଦ୍ରକୂଳରେ ମଦ କୁଡ଼ିଆ ତଥା ଟେଟ୍ରୋ ପ୍ୟାକ୍ ରେ ମଦ ବିକ୍ରି ଭଳି ପ୍ରସ୍ତାବ ବିଜେପି ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି ମଦ ମୁକ୍ତି ଯୁବ ବାହିନୀର ଆବାହକ ସତ୍ୟବ୍ରତ ପୃଷ୍ଟି ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମଦ ମୁକ୍ତି ଯୁବ ବାହିନୀଙ୍କ ସହିତ ବୁଦ୍ଧ ଜୟନ୍ତୀ ପାର୍କ କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ତଥା ବାସ୍ତବବାଦୀର ସମ୍ପାଦକ ଅମ୍ବିକା ପ୍ରସାଦ ପରିଡା, ବାୟୁସେନାର ପୂର୍ବତନ ଅଧିକାରୀ ତଥା ଶିକ୍ଷାବିତ ସନ୍ତୋଷ କୁମାର ପାଇକରାୟ, ଭୁବନେଶ୍ୱର ଭେଣ୍ଡିଂ ଜୋନ୍ କମିଟି ସଭାପତି ମନୋଜ ସ୍ୱାଇଁ, ପ୍ରଭାତ ବଳବନ୍ତରାୟଙ୍କ ସମେତ ଯୁବ ବାହିନୀ ର କାର୍ଯ୍ୟକର୍ତ୍ତା ଯଦୁନାଥ ସାହୁ, ମାନସ ଷଡ଼ଙ୍ଗୀ, ହିମାଂଶୁ ଶେଖର ନାୟକ, ସଞ୍ଜୟ ମହାନ୍ତି, ଅରୁଣଦେବ ବେହେରା, ଅରୁଣଦେବ ସାମନ୍ତରାୟ ପ୍ରମୁଖ ମହାମାନବ ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତି ଚତୁଃର୍ପାଶ୍ଵରେ ମଦ ବିରୋଧୀ ଗୀତ ଓ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ସର୍ବଶେଷରେ ବୁଦ୍ଧପାର୍କ ସାଂସ୍କୃତିକ ପରିଷଦ ବେଲମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାୟୀ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଉକ୍ତ ସଭାରେ ବୁଦ୍ଧ ପାର୍କ ସାଂସ୍କୃତିକ ପରିଷଦ ତରଫରୁ ବଟକୃଷ୍ଣ ପଟ୍ଟନାୟକ, ସମ୍ପାଦକ ଦୟାନିଧି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।



