ଜାତୀୟନିର୍ବାଚନରାଜନୀତି

EVM ଟ୍ୟାମ୍ପରିଂ ପ୍ରମାଣିତ ହେଲେ ଆଉ ଥରେ ଭୋଟ୍ ହେବ: ନିର୍ବାଚନ କମିଶନ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ;   ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଚାଲୁ ରହିଛି । ଏହାରି ଭିତରେ ବୁଧବାର ଏକ ବଡ଼ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ EVMରେ ଭାରତୀୟ ଜନତା ପାର୍ଟି ଚିହ୍ନ ପାଖରେ ଧଳା ଟେପ୍ ଲଗାଯାଇଛି । କିଛି ବିଜେପି ନେତା ଏକ୍ସରେ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ଏହି ଘଟଣା ୧୪୪ ଏବଂ ୧୮୯ ବୁଥ ନମ୍ବର ଅଟେ । ତେଣୁ ଏହି ବୁଥ୍ ଦ୍ୱୟରେ ଆଉ ଥରେ ମତଦାନ ପାଇଁ ଦାବି ଉଠିଛି ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ, ପଶ୍ଚିମ ବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେଉଁଠାରେ କଳା କିମ୍ବା ଧଳା ଟେପ୍ କିମ୍ବା ଟାମ୍ପରିଂ ହୋଇଥିବା ପ୍ରମାଣ ମିଳିବ, ସେଠାରେ ପୁନଃ  ଭୋଟ୍ ଗ୍ରହଣ କରାଯିବ । ଯଦି ଏପରି ଟେପ୍ ଏକ ନିର୍ଦ୍ଦିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟକ ବୁଥରେ ଦେଖିବାକୁ ମିଳେ, ତେବେ ସେହି ସମଗ୍ର ନିର୍ବାଚନ ମଣ୍ଡଳୀରେ ଆଉ ଥରେ ଭୋଟ୍ ଗ୍ରହଣ କରାଯିବ ।  ତେବେ ଭୋଟ୍ ଗଣତି ସମୟରେ କେତୋଟି ବୁଥରେ ଏପରି ହୋଇଛି ତାହା ଜଣାପଡିବା ସମ୍ଭାବନା ରହିଛି । ସେହିପରି ଅଭିଯୋଗ ହୋଇଥିବା ୧୪୪ ଏବଂ ୧୮୯ ନମ୍ବର ବୁଥ୍ ପାଇଁ କ’ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାର କଥା ।

 

Related Articles

Back to top button