ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିସ୍ୱାସ୍ଥ୍ୟ

କ୍ୟାପିଟାଲ୍ ହସ୍ପିଟାଲରେ ମିଳିବ ନିଃସନ୍ତାନ ଦମ୍ପତିଙ୍କୁ ଉନ୍ନତ ଚିକିତ୍ସା

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ;  ଭୁବନେଶ୍ୱରର ସବୁଠାରୁ ବଡ଼ ସରକାରୀ ମେଡିକାଲ କ୍ୟାପିଟାଲ ହସ୍ପିଟାଲ ସହ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି । ଯାହା ନିଃସନ୍ତାନ ଦମ୍ପତ୍ତିମାନଙ୍କୁ ସାହାଯ୍ୟ କରିବ । PGIMER ଏବଂ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଜ୍ଞାନ ( Obstetrics & Gynaecology ) ବିଭାଗକୁ Assisted Reproductive Technology (ART) Clinic (Level-1)  ଭାବେ ପଞ୍ଜୀକରଣ ସାର୍ଟିଫିକେଟ ମିଳିଛି । ସହାୟକ ପ୍ରଜନନ ପ୍ରଯୁକ୍ତି (ART) ହେଉଛି ଏକ ଆଧୁନିକ ଚିକିତ୍ସା ପ୍ରଣାଳୀ । ଏହା ଦ୍ୱାରା ସନ୍ତାନ ଲାଭରେ ସମସ୍ୟା ଥିବା ଦମ୍ପତିମାନଙ୍କୁ ସହାୟତା ଯୋଗାଇ ଦିଆଯାଏ ।

ଏହି କ୍ଲିନିକ ମାଧ୍ୟମରେ ସରକାରୀ ସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ସୁଲଭ ହେବା ସହ ନିଃସନ୍ତାନ ଦମ୍ପତିମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ । ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଆହୁରି ସୁଦୃଢ଼ କରିବ । ଏହି ପଞ୍ଜୀକରଣ Assisted Reproductive Technology (Regulation) Act, ୨୦୨୧ ଅନୁସାରେ ପ୍ରଦାନ କରାଯାଇଛି । ଏହାର ବୈଧତା ୨୭ ଏପ୍ରିଲ ୨୦୩୧ ଅର୍ଥାତ୍ ୫ ବର୍ଷ ଯାଏଁ  ରହିବ ।

 

Related Articles

Back to top button