
ଭୁବନେଶ୍ୱର,ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକ ରେ ଏହିଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ।
ଅନ୍ୟପଟେ ରାଜ୍ୟର, କିଛି କିଛି ଅଞ୍ଚଳରେ କାଳ ବୈଶାଖୀ ସମ୍ଭାବନା ବି ରହିଛି।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ, ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।
ଆଜି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ଅପରାହ୍ଣ ଆଡ଼କୁ ବର୍ଷା ହୋଇପାରେ।ଉପକୂଳବର୍ତ୍ତୀ ଜିଲ୍ଲାରେ, ପ୍ରବଳ ଗରମ ଗୁଳୁଗୁଳି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଟ୍ ୱେଭ୍ ଜାରି ରହିବ।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହୁର, ପୁରୀ ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ସହ ଅଧିକ ଗୁଳୁଗୁଳି ଅନୁଭୂତ ହେବ।
ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।




