Uncategorized

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ – Bastabbadi

ନୂଆଦିଲ୍ଲୀ: ଜାପାନର ହୋକାଇଡୋ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୫ଟା ୨୪ ମିନିଟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୨ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି ବା ବଡ଼ ଧରଣର ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ, ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଜାପାନରେ ୭.୭ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା। ସେହି ସମୟରେ ଦେଶର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ସୁନାମି ସତର୍କତା ବା ସମ୍ଭାବ୍ୟ ବିପଦର ପରାମର୍ଶ ଜାରି କରାଯାଇଥିଲା। ବାରମ୍ବାର ଏଭଳି ପ୍ରକୃତିକ ବିପର୍ଯ୍ୟୟକୁ ନେଇ ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button