
ଭୁବନେଶ୍ୱର,ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ବୃତ୍ତି କର ସଂଗ୍ରହ କରାଯିବ ନାହିଁ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି, ପ୍ରକାଶ ପାଇଛି। ସରକାରୀ କର୍ମଚାରୀମାନଙ୍କ ଦରମାରୁ ବୃତ୍ତି କର ନ କାଟିବା ପାଇଁ, ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ, ପତ୍ର ଲେଖି କୁହାଯାଇଛି। ଅନୁରୂପ ଭାବେ ସମସ୍ତ ଘରୋଇ କର୍ମଚାରୀମାନଙ୍କ କ୍ଷେତ୍ରରେ, ମଧ୍ୟ ଚଳିତ ମାସ ୧ରୁ, ଏହି ନିୟମ ଲାଗୁ ହେବ। ଚଳିତ ଆର୍ଥିକ ବର୍ଷରୁ ବୃତ୍ତି କର ବନ୍ଦ ହେବା ନେଇ ଗତ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହରେ ଘୋଷଣା କରି କହିଥିଲେ ଯେ, ପ୍ରାକ୍ ବଜେଟ ଆଲୋଚନା ବେଳେ, ଲୋକଙ୍କ ପକ୍ଷରୁ ବୃତ୍ତି କର ଉଚ୍ଛେଦ ପାଇଁ, ପ୍ରସ୍ତାବ ଆସିଥିଲା। କର୍ମଜୀବୀମାନେ ସରକାରଙ୍କୁ ଆୟକର ଦେଉଥିବା ବେଳେ ବୃତ୍ତିଗତ କର ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉ ଥିଲା। ତେଣୁ ଏହାକୁ, ବିଚାର କରି ସରକାର ବୃତ୍ତିଗତ କର ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ବେତନଭୋଗୀଙ୍କଠାରୁ, ଏହା ମାସିକ ଭାବେ ସଂଗ୍ରହ କରାଯାଏ। ବ୍ୟବସାୟୀମାନେ ସିଧାସଳଖ ଟିକସ, ପୈଠ କରିଥାନ୍ତି। ମନ୍ତ୍ରୀ, ସାଂସଦ, ବିଧାୟକମାନେ ମଧ୍ୟ ଏହି ଟିକସ ଦେଇଥାନ୍ତି।କର୍ମଜୀବୀଙ୍କ ପାଇଁ ରାଜ୍ୟ ସରକାର ବୃତ୍ତି କର ଉଚ୍ଛେଦ କରିଛନ୍ତି।




