Uncategorized

ଦୁଇ ଦିନ ତଳେ ସରିଥିଲା ନିର୍ବନ୍ଧ, ବିଲରୁ ମିଳିଲା ଯୁବତୀଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିର୍ବନ୍ଧ ଶେଷ ହେବାର ମାତ୍ର ଦୁଇ ଦିନ ପରେ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ବିଲରୁ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ଜଗତସିଂହପୁର ଉପକଣ୍ଠ କାଠିଆପଡା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସ (୨୪), ଯିଏକି ସ୍ଥାନୀୟ ଅଞ୍ଚଳରେ ‘ଡଲି’ ନାମରେ ପରିଚିତ ଥିଲେ। ଗତ ସୋମବାରଠାରୁ ସସ୍ମିତା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ମଙ୍ଗଳବାର ରାତିରେ ସ୍ଥାନୀୟ ଏକ ବିଲ ମଧ୍ୟରେ ତାଙ୍କର କ୍ଷତାକ୍ତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ସସ୍ମିତା ପୂର୍ବରୁ ଏକ ଲୁଗା ଦୋକାନରେ କାମ କରୁଥିଲେ ଏବଂ ପରେ ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ତାଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବା ପରେ ସେ ନିଜ ଗାଁକୁ ଫେରିଥିଲେ। ମାତ୍ର ଦୁଇ ଦିନ ତଳେ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା

Related Articles

Back to top button