ଓଡ଼ିଶାରାଜନୀତି

C M କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି ମୋହନ ଚରଣ ମାଝୀ।

ଭୁବନେଶ୍ୱର ,ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି।ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।କିଷାନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ସମ୍ବଳରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏକ କୃଷକ କଲ୍ୟାଣକାରୀ ଯୋଜନା । ରାଜ୍ୟର କୃଷି ପ୍ରଗତିରେ କୃଷକମାନଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ସଶକ୍ତ କରିବା ଏହି ନାମମାତ୍ର ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସହ ଯୋଜନାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ରାଜ୍ୟର ଶତକଡା ୯୨ ଭାଗ କ୍ଷୁଦ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି।ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଜର ମନମୁତାବକ ଚାଷ ସାମଗ୍ରୀ ଯଥା ରେ ଦରକାର ହେଉଥିବା ଅନ୍ୟାନ୍ୟ ଚାଷ ଖର୍ଚ୍ଚ ଭରଣା ନିମନ୍ତେ ବିହନ, ସାର, କୀଟନାଶକ କ୍ରୟ କରିବା ସଙ୍ଗେ ସଙ୍ଗେ ଚାଷ କାର୍ଯ୍ୟରେ ୨୦୦୦/- ଟଙ୍କା ହିସାବରେ ବାର୍ଷିକ ୪୦୦୦/- ଟଙ୍କାର ଆର୍ଥିକ ସହାୟତା ଯୋଗାଇ ରହିଛି।

Related Articles

Back to top button