
ଭୁବନେଶ୍ୱର ,ସାଂସଦଙ୍କ ସୁରକ୍ଷା କାଢ଼ିନେଲା ପଞ୍ଜାବ ପୁଲିସ୍ । ଆପ୍ ସହ ବିବାଦ ପରେ ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା । ଚଳିତ ମାସ ଆରମ୍ଭରୁ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ଉପ-ନେତା ପଦରୁ ହଟାଇ ଦେଇଥିଲା, ଆମ୍ ଆମୀ ପାର୍ଟି । ପରେ ଦଳ ତାଙ୍କ ନାଁରେ ଅନେକ କିଛି ଅଭିଯୋଗ ଆଣିଥିଲା । ଆଉ ଏବେ ସାଂସଦ ରାଘବ ଚଢ଼ାଙ୍କ ଉପରୁ Z+ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ।ଅରବିନ୍ଦଙ୍କ ସହ ଓ ଅରବିନ୍ଦଙ୍କ ପ୍ରତ୍ୟେକ କଥାକୁ ରାଘବ ସବୁବେଳ ସବୁ ସମୟରେ ସମର୍ଥନ କରୁଥିବା, ଦେଖିବାକୁ ମିଳୁଥିଲା । ହେଲେ ହଠାତ୍ ଆପ ଦଳରେ ରାଘବ ଓ କେଜ୍ରିୱାଲଙ୍କ ରାଜନୀତି ଅଙ୍କ ଭୁଲ ହୋଇଛି । ଯାହାଫଳରେ ଆପରେ ରାଘବଙ୍କୁ ନେଇ ବିବାଦ ଧୀରେ ଧୀରେ ବଢ଼ିବାରେ, ଲାଗିଛି ।ଦଳୀୟ ନେତୃତ୍ୱ ସହ ବଢୁଥିବା ବିବାଦ, ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । କିନ୍ତୁ ବର୍ତ୍ତମାନ ସାଂସଦ ରାଘବ ଚଢ଼ାଙ୍କୁ, କେନ୍ଦ୍ରୀୟ ସୁରକ୍ଷା ବଳୟ ପ୍ରଦାନ, କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଦିନେ ରାଘବ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ, ବହୁ ଘନିଷ୍ଟ ଥିଲେ ।




