
ଭୁବନେଶ୍ୱର , ବିଜେପି ଏହାର ଇସ୍ତାହାରରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ, ମାସିକ ୨୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏହା ସହିତ ପ୍ରତି ପରିବାରକୁ ବାର୍ଷିକ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମହିଳାଙ୍କୁ ଇ-ସ୍କୁଟର କିଣିବା ଲାଗି ୨୫,୦୦୦ ଟଙ୍କାର ସବ୍ସିଡି ପ୍ରଦାନ କରାଯିବ। ପ୍ରତି ପରିବାରକୁ ବାର୍ଷିକ ୩ଟି ଲେଖାଏଁ ଏଲ୍ପିଜି ସିଲିଣ୍ଡର ମାଗଣାରେ ଦିଆଯିବ। ଜାଲ୍ଲିକାଟ୍ଟୁ ଖେଳରେ ମୃତ୍ୟୁ ପାଇଁ ୧୦ଲକ୍ଷ ଟଙ୍କାର ସହାୟତା। ଜାଲ୍ଲିକାଟୁ ଖେଳ ପାଇ ଷଣ୍ଢ ପାଳନ କରୁଥିବା ଲୋକଙ୍କୁ, ମାସିକ ୨୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ମହିଳାମାନେ ଘର କିଣିଲେ ସେମାନଙ୍କୁ ଷ୍ଟାମ୍ପ ଟିକସରେ, ୩% ରିଆତି ଦିଆଯିବ।ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଇସ୍ତାହାର ଜାରି, କରିଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ବିଜେପି ସଭାପତି ନୈନାର, ନାଙ୍ଗେନଥରାନ ଓ ଦଳୀୟ ନେତା କେ ଆନ୍ନାମଲାଇ, ତାମିଲସାଇ ପ୍ରମୁଖ ଏହି ଇସ୍ତାହାରକୁ ଜାରି କରିଛନ୍ତି।




