ଓଡ଼ିଶାରାଜନୀତି

କାହିଁକି ଦିଲ୍ଲୀ ଯାଇଥିଲେ କଂଗ୍ରେସ ବିଧାୟକ ? କହିଲେ ମଙ୍ଗୁ ଖିଲ

ଭୁବନେଶ୍ୱର;  ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି କଂଗ୍ରେସ ବିଧାୟକମାନେ । ବିଧାନସଭା ସରୁ ସରୁ ହଠାତ୍ ଦିଲ୍ଲୀ ଯିବା ଘଟଣା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱକୁ ବିରୋଧ କରି କଂଗ୍ରେସର ୮ ବିଧାୟକ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଶନିବାର ସବୁ ଆଲୋଚନାର ଅନ୍ତ ଘଟାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । କାଡ଼ାମଙ୍କ ନେତୃତ୍ୱକୁ ବିରୋଧ କରି ନୁହେଁ ଟିକିଏ ରିଲାକ୍ସ କରିବାକୁ ଦିଲ୍ଲୀ ଯାଇଥିଲୁ ବୋଲି ମଙ୍ଗୁ କହିଛନ୍ତି । ମୋବାଇଲ ନ୍ୟୁଜ୍ 24×7କୁ ସାକ୍ଷାତକାର ଦେବା ଅବସରରେ ମଙ୍ଗୁ ଖିଲ ଏ ନେଇ ଅଧିକ ଆଲୋଚନା କରିଛନ୍ତି ।

Related Articles

Back to top button