
ଭୁବନେଶ୍ୱର, ଜୁଲାଇ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଟୁ ଓ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ, କେସରେ ଫସିଥିବା ଜଣେ ଝିଅ, କ୍ଷମା ପ୍ରାର୍ଥନା କରିଥିବା ଖବର ସାମ୍ନାକୁ ଆସିଛି। ଘଟଣାରେ ରୁଜୁ ହୋଇଥିବା FIRରେ ତାଙ୍କ ବୟସ, ୨୫ ବର୍ଷ ବୋଲି ଉଲ୍ଲେଖ ରହିଛି। କିନ୍ତୁ କ୍ଷମା ପ୍ରାର୍ଥନା ଭିଡିଓରେ, ସେ ନିଜ ବୟସ ମାତ୍ର, ୧୫ ବର୍ଷ ବୋଲି କହିଛନ୍ତି। ପ୍ରତିବାଦସ୍ଥଳରେ ଉପସ୍ଥିତ କିଛି ଲୋକଙ୍କ ପ୍ରଭାବରେ ଆସି ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ, ଅନେକ ଖରାପ କଥା, କହିଥିଲି, ଭାଇରାଲ ଭିଡିଓରେ ସେ, କହିଛନ୍ତି। ଭିଡିଓରେ ଝିଅଟି କହିଛି, ଏହା ମୋର ପ୍ରଥମ ଓ ଶେଷ ଭୁଲ। ମୁଁ ସମଗ୍ର ଦେଶବାସୀଙ୍କୁ, କ୍ଷମା ମାଗୁଛି। ମୋତେ ନିଜ ପ୍ରତି ଲଜ୍ଜା ଲାଗୁଛି। ଦୟାକରି ମୋତେ କ୍ଷମା କରନ୍ତୁ।ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଜନ୍ତର ମନ୍ତରରେ ପ୍ରତିବାଦ ସମୟରେ କେବଳ ତାଙ୍କୁ ନୁହେଁ, ତାଙ୍କ ଦିବଂଗତ ମା’ଙ୍କୁ ମଧ୍ୟ ଅଭଦ୍ର ଭାଷାରେ ଅପମାନ କରାଯାଇଥିଲା, ଯାହା ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି।ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ସେ କହିଥିଲେ, ଲୋକମାନଙ୍କ ମଧ୍ୟରେ ଥିବା କ୍ଷୋଭକୁ, ସେ ବୁଝିପାରୁଛନ୍ତି। କିନ୍ତୁ ଏଭଳି ସମୟରେ ଯୁବପିଢ଼ିଙ୍କୁ ସଠିକ୍ ପଥ ଦେଖାଇବା ଏବଂ ସେମାନଙ୍କୁ ସମର୍ଥନ କରିବା ଆବଶ୍ୟକ।




