ଓଡ଼ିଶାଶିକ୍ଷା

ପାଣି ପିଇବାକୁ ୱାଟର ବେଲ୍ ବଜାଯିବ।

ଭୁବନେଶ୍ୱର ,ଆଜିଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସ୍କୁଲ୍। ଖରା ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲା ଗଣଶିକ୍ଷା ବିଭାଗ।

ରାଜ୍ୟରେ ବଢୁଥିବା ଖରା ଓ ଗରମକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ରଖିବା ସହ ଆବଶ୍ୟକ ବେଳେ ଯୋଗାଇବାକୁ ନିର୍ଦ୍ଦେଶ।

ଗ୍ରୀଷ୍ଣ ପ୍ରବାହଠୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଶ୍ରେଣୀଗୃହ ବାହାର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି।

ସ୍କୁଲକୁ ପାଣି ବୋତଲ ଆଣିବା ନେଇ ପିଲାଙ୍କୁ ଅଭିଭାବକ ସଚେତନ କରିବେ।

ପାନୀୟ ଜଳ ନିଶ୍ଚିତ କରିବାକୁ ସ୍କୁଲ କ୍ୟାମ୍ପସରେ ଟ୍ୟୁବ୍ ୱେଲ ମରାମତି କରିବେ।
ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ପିଇବାକୁ ୱାଟର ବେଲ୍ ବଜାଯିବ।

Related Articles

Back to top button