ଓଡ଼ିଶାମୌସୁମୀ

୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର , ମାଡ଼ି ଆସୁଛି ମେଘ ପବନ। ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଜାରି ରହିଛି।

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ।

ଆଜି ପାଇଁ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପରେ ୬ ଓ ୭ ତାରିଖରେ ସର୍ବାଧିକ ରହିପାରେ ଝଡ଼ବର୍ଷାର ପ୍ରକୋପ।

୬ ଓ ୭ ତାରିଖ ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ବିଜୁଳି ସହ ଘଡ଼ଘଡ଼ି ବର୍ଷାର ପୂର୍ବାନୁମାନ କରାଯାଇଛି।

Related Articles

Back to top button