
ଭୁବନେଶ୍ୱର : ଦାୟିତ୍ୱ ବାଣ୍ଟିଲା ବିଜୁ ଜନତା ଦଳ । ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ସେଲ୍ ବା ଶାଖାର ଦାୟିତ୍ୱ ଦେଇଛନ୍ତି। ଏନେଇ ସୋମବାର ବିଜେଡି ପକ୍ଷରୁ ଘୋଷଣା କରାଯାଇଛି ।
ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲର ଦାୟିତ୍ୱ ଦିଆଯାଇଛି ଅନଙ୍ଗ ଉଦୟ ସିଂଦେଓଙ୍କୁ । ସେହିଭଳି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେଡି କୋ-ଅପରେଟିଭ୍ ସେଲ, ବଦ୍ରି ନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ, ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଫିସରମ୍ୟାନ୍ ସେଲର ଦାୟିତ୍ୱ ଦେଇଛନ୍ତି ନବୀନ ।
ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ସେଲର ଦାୟିତ୍ୱ ମଙ୍ଗଳା କିଷାନ, ବିଜେଡି ସିନିୟର ସିଟିଜେନ୍ ସେଲର ଦାୟିତ୍ୱ ଦେବାଶିଷ ସାମନ୍ତରାୟ, O.B.C. ସେଲ ଦାୟିତ୍ୱ ଅରୁଣ ସାହୁ, S.C. ସେଲ ଦାୟିତ୍ୱ ମହେଶ ସାହୁ ଏବଂ I.T. ଓ ସୋସିଆଲ୍ ମିଡିଆ ସେଲ ଦାୟିତ୍ୱ ଅମର ପଟ୍ଟନାୟକଙ୍କ ହାତରେ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।




