ଅନ୍ୟାନ୍ୟଓଡ଼ିଶା

ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି

ଭୁବନେଶ୍ୱର ,ପୁଣିଥରେ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍‌ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ, ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି ତାହାକୁ ପୋଷ୍ଟ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଜାନୁଆରୀ ୧୭ରେ ଜାରି ନୂଆ ନିର୍ଦେଶାବଳୀ ମୁତାବକ, ଭକ୍ତ, ସେବାୟତ, ପୁଲିସ କର୍ମଚାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ, ନେଇପାରିବେ ନାହିଁ। କିନ୍ତୁ ଏହି ନିର୍ଦେଶନାମା ସତ୍ତ୍ବେ ଶ୍ରୀମନ୍ଦିର ଭିତରକୁ, ମୋବାଇଲ ଫୋନ କିଭଳି ଯାଉଛି, ତାହାକୁ ନେଇ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ, ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ମନ୍ଦିର ଭିତର ବେଢ଼ାର ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତ ମହଲ ଦାବି କରିଛନ୍ତି।

Related Articles

Back to top button