ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର,ବର୍ଷର ପ୍ରଥମ ଦିନରେ ସୂର୍ଯ୍ୟର ପ୍ରଥମ ଦର୍ଶନ, ମନ୍ଦିରରେ ପ୍ରଥମ ପ୍ରବେଶ ସହ ଆରମ୍ଭ କରିଛନ୍ତି ଲୋକେ।
ଏଥିପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନ ସମାଗମ। ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼।
ଆଜି କେବଳ ସିଂହଦ୍ବାରରେ ପ୍ରବେଶ ଓ ମନ୍ଦିର ଭିତରେ କେବଳ ବାହାର କାଠରୁ ଦର୍ଶନ ଅନୁମତି।
ଅଧିକ ଭକ୍ତଙ୍କ ସମାଗମକୁ ଦେଖି ବଡ଼ଦାଣ୍ଡରେ ଖୋଲିଛି ଅସ୍ଥାୟୀ ମୋବାଇଲ ଓ ଜୋତା କାଉଣ୍ଟର।
ଅଠରନଳାରୁ ବେଳାଭୂମୀ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା। ସାରା ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ରାତି ୨ଟାରୁ ଭକ୍ତଙ୍କ ପାଇଁ ଫିଟିଛି ଶ୍ରୀମନ୍ଦିର ଦ୍ବାର।ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ସହ ୨୦୨୬ ଆଣିଛି ଅନେକ କିଛି ନୂଆ।




