କୁହୁଡ଼ି ପାଇଁ ବାତିଲ୍ ହେବ ୨୦ଟି ଟ୍ରେନ୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଶୀତ ଋତୁ ଆରମ୍ଭ ହେବା ସହ ଉତ୍ତର ଭାରତରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥାଏ। ଫଳରେ ରେଳ ଚଳାଚଳରେ ବିଳମ୍ବ ଏବଂ ସୁରକ୍ଷା ସମ୍ପର୍କିତ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ।ଏହି ସମସ୍ୟାକୁ ଏଡ଼ାଇବା ପାଇଁ ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ୨୦୨୬ ଡିସେମ୍ବର ୧ରୁ ୨୦୨୭ ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ୨୦ଟି ଟ୍ରେନ୍ର ଚଳାଚଳ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି।
ସେହିପରି ଆଉ ୨୬ଟି ଟ୍ରେନ୍ର ଚଳାଚଳ ଦିନ ସଂଖ୍ୟା କମାଇ ଦିଆଯାଇଛି। ପୂର୍ବ ମଧ୍ୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସରସ୍ୱତୀ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି।କୁହୁଡ଼ି ସମୟରେ ଟ୍ରେନ୍ ଚଳାଚଳକୁ ଅଧିକ ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ କରିବା ହେଉଛି ରେଳବାଇର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ନିଷ୍ପତ୍ତି ଯୋଗୁଁ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଅନେକ ଯାତ୍ରୀ ପ୍ରଭାବିତ ହୋଇପାରନ୍ତି।
ତେଣୁ ଯଦି ଆପଣ ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଟ୍ରେନ୍ରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଟିକେଟ୍ ବୁକ୍ କରିବା ପୂର୍ବରୁ ନିଜ ଟ୍ରେନ୍ର ଚଳାଚଳ ସମ୍ପର୍କରେ ରେଳବାଇର ଅଫିସିଆଲ୍ ୱେବସାଇଟ୍ରେ ନିଶ୍ଚିତ ଯାଞ୍ଚ କରନ୍ତୁ।




