Breaking Newsଓଡ଼ିଶା
ଦୋଳିରୁ ଖସି ଜଣଙ୍କର ମୃତ୍ୟୁ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ବାଲିଯାତ୍ରାରେ ଅଘଟଣ । ଦୋଳିରୁ ଖସି ଜଣଙ୍କର ମୃତ୍ୟୁ ଘଟିଛି। କଟକ ଇନ୍ କଟକ ନିକଟରେ ଦୋଳିରୁ ଖସିପଡ଼ିଥିଲେ ଜଣେ ବ୍ୟକ୍ତି। ଗତକାଲି ପ୍ରବଳ ଭିଡ଼ ମଧ୍ୟରେ ଏହି ଅଘଟଣ ଘଟିବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ।
ଅନ୍ୟପଟେ ବାଲିଯାତ୍ରାରେ ଲଗାତାର ଅଘଟଣକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ପୂର୍ବରୁ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ମହାନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଏବଂ ଉଦ୍ ଘାଟନୀ ସନ୍ଧ୍ୟାରେ ଜଣେ ବ୍ୟକ୍ତି ଗୁରୁତର ହେବା ଘଟଣା ପରେ ପୁଣି ଏହି ଦୋଳି ଦୁର୍ଘଟଣା ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।




