Breaking Newsଓଡ଼ିଶା
ଜାଡରେ ଥରିଲାଣି ରାଜଧାନୀ ଭୁବନେଶ୍ୱର
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଜାଡରେ ଥରିଲାଣି ରାଜଧାନୀ ଭୁବନେଶ୍ୱର । ହଠାତ୍ ଖସିଲା ପାରଦ, ସକାଳୁ ସକାଳୁ ଶୀତର ଅନୁଭୂତି ଲୋକଙ୍କୁ କଲାଣି ଅସ୍ତବ୍ୟସ୍ତ । ଗତ ତିନି ଦିନ ମଧ୍ୟରେ ସକାଳ ସମୟର ତାପମାତ୍ରାରେ ୭.୬ ଡିଗ୍ରି ସେଲସିୟସ୍ ହ୍ରାସ ଘଟିଛି । ଆଜି ସକାଳେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରି ରେକର୍ଡ ହୋଇଛି ।
ଗତ କିଛି ଦିନ ଧରି ରାଜଧାନୀରେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି । ନଭେମ୍ବର ୨୪ ତାରିଖରେ ସକାଳର ତାପମାତ୍ରା ୨୫ ଡିଗ୍ରି ରହିଥିବା ବେଳେ ୨୫ ତାରିଖରେ ଏହା ଖସି ୨୨.୨ ଡିଗ୍ରିରେ ପହଞ୍ଚିଥିଲା । ସେହିପରି ୨୬ ତାରିଖରେ ପାରଦ ୨୧.୨ ଡିଗ୍ରିକୁ ଖସିଥିଲା । ଆଉ ଆଜି ଏହା ଆହୁରି ହ୍ରାସ ପାଇ ୧୭.୪ ଡିଗ୍ରିରେ ପହଞ୍ଚିଛି ।
ସେପଟେ ଆଗାମୀ ଦିନଗୁଡ଼ିକରେ ପାରଦ ଆହୁରି ତଳକୁ ଖସିବାର ସମ୍ଭାବନା ରହିଛି । ତେଣୁ ଆଗକୁ ରାଜଧାନୀରେ ଶୀତର ପ୍ରକୋପ ଆହୁରି ବଢ଼ିପାରେ । ଏବେଠାରୁ ଶୀତକୁ ନେଇ ସତର୍କ ରହିବା ସହ ଆବଶ୍ୟକ ସମୟରେ ଗରମ ପୋଷାକ ବ୍ୟବହାର କରିବା ଜରୁରୀ ।




