Uncategorized

ଚାକିରିରୁ ବିଦା ହେଲେ ORS ମନୀଷା ମିଶ୍ର !

ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡ଼ି ବସିଲା ଭିଜିଲାନ୍ସ ଟିମ । ଚାକିରିରୁ ବିଦା ହେଲେ ORS ମନୀଷା ମିଶ୍ର । ପ୍ରୋବେସନାରୀ ଓଆରଏସ୍ ଅଫିସର ମନୀଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ବର ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ଥିଲେ ମନୀଷା ମିଶ୍ର। ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ମନୀଷା ମିଶ୍ର।

ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଆଜି ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଜମି ରେଜିଷ୍ଟ୍ରି ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ବାରିପଦା ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ ଚଢ଼ାଉ କରି ମନୀଷା ମିଶ୍ରଙ୍କୁ ଧରିଥିଲା।

Related Articles

Back to top button