ଆଉ ନାହିଁ ଭତ୍ତା ଟେନସନ !

ବୃଦ୍ଧାବୃଦ୍ଧିଙ୍କ ପାଇଁ ବଡ଼ ଘୋଷଣା । ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ୫ ଲକ୍ଷ ୫ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ଆଜି ବାଲେଶ୍ୱର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।
ସୂଚନା ଅନୁସାରେ, ଦିନ ୧୧ଟା ସମୟରେ ହେଲିକପ୍ଟର ଯୋଗେ ବାଲେଶ୍ୱରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆଇଟିଆଇ ପଡ଼ିଆରେ ଅବତରଣ କରିବା ପରେ ପୋଲିସ ଲାଇନ୍ ପଡ଼ିଆରେ ଆୟୋଜିତ ସଭାସ୍ଥଳକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ UPMP ପୋର୍ଟାଲର ଲୋକାର୍ପଣ କରାଯିବ । ଏହା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଫଳରେ ହଜାର ହଜାର ନୂଆ ହିତାଧିକାରୀ ପେନସନ ଯୋଜନାର ସୁବିଧା ପାଇପାରିବେ । କେ
ସେଠାରେ କାର୍ଯ୍ୟକ୍ରମ ଶେଷ କରି ଦିନ ପ୍ରାୟ ୧ଟା ସମୟରେ ବାଲେଶ୍ୱରରୁ ନୀଳଗିରି ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।




