ଅନ୍ତର୍ଜାତୀୟବାଣିଜ୍ୟ

ପାର୍ବଣ ପୂର୍ବରୁ ସୁନା ବଜାର ଉପରେ ବଢ଼ିଛି ନଜର

ଭୁବନେଶ୍ୱର ,ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ, ନୂଆ ସୁଯୋଗ ସୃଷ୍ଟି କରିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁସାରେ, ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। କେବଳ ସୁନା ନୁହେଁ, ରୁପା ବଜାରରେ ମଧ୍ୟ ବଡ଼ ହଲଚଲ ଦେଖିବାକୁ ମିଳିଛି। କିଛି ରିଟେଲ୍ ରେଟ୍ ଅନୁସାରେ ରୁପା କିଲୋ ପିଛା ପ୍ରାୟ, ୨ ଲକ୍ଷ ଟଙ୍କା ସ୍ତରରେ ରହିଛି। ଗତ ସେସନ୍‌ରେ କିଛି ସହରରେ, ଦର ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ଥିବାରୁ, ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଫାତ୍ ଦେଖାଯାଇଛି।ଶୁକ୍ରବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୪୨ ହଜାର ଟଙ୍କା ,ଉପରେ ରହିଥିଲା। ସୋମବାର କିଛି ସହରରେ, ଏହା ପ୍ରାୟ ୧ ଲକ୍ଷ ୩୯ ହଜାର ଟଙ୍କା, ଆଖପାଖକୁ ଆସିଛି। ଅର୍ଥାତ୍ ୧୦ ଗ୍ରାମ ପିଛା ପ୍ରାୟ ୨ ହଜାର ୫୦୦ରୁ ୩ ହଜାର ଟଙ୍କାରୁ, ଅଧିକ ତଫାତ୍ ଦେଖିବାକୁ ମିଳିଛି।ଗତ ସେସନ୍‌ରେ କିଛି ସହରରେ ଦର ପ୍ରାୟ ,୨ ଲକ୍ଷ ୧୦ ହଜାର ଟଙ୍କା ଥିବାରୁ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ, ତଫାତ୍ ଦେଖାଯାଇଛି। ଖୁଚୁରା ବଜାରରେ ସୁନା ଓ ରୁପାର ଦର ସହର, ଜୁଏଲର୍, GST, ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କ ଅନୁସାରେ ଭିନ୍ନ ହୋଇପାରେ। ସେଥିପାଇଁ କିଣିବା ପୂର୍ବରୁ, ସ୍ଥାନୀୟ ଦର, BIS ହଲମାର୍କ ଓ ମେକିଂ ଚାର୍ଜ ଯାଞ୍ଚ କରିବା ଉଚିତ।

Related Articles

Back to top button