୬୧ ବର୍ଷରେ କିଙ୍ଗ୍ ଖାନ୍ । ଜବରଦସ୍ତ ଚାଲିଛି ସେଲିବ୍ରେସନ୍

୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍ । ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଜନ୍ମଦିନକୁ ଜବରଦସ୍ତ ସେଲିବ୍ରେସନ୍ କରୁଛନ୍ତି ଫ୍ୟାନ୍ସ। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଶାହରୁଖଙ୍କ ବାସଭବନ ‘ମନ୍ନତ’ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଲାଗିଥିଲା।କିନ୍ତୁ ଏଥର ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ରେ ଉପସ୍ଥିତ ନଥିଲେ। ସେ କିଛି ସମୟ ପାଇଁ ମନ୍ନତରୁ ଅନ୍ୟତ୍ର ରହୁଥିବା ବେଳେ ନିଜ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ସହ ଦକ୍ଷିଣ ମୁମ୍ବାଇର ତାଜ୍ ହୋଟେଲରେ ଜନ୍ମଦିନ ପାଳନ କରିଥିଲେ। ଏହି ସେଲିବ୍ରେସନରେ ତାଙ୍କ ଝିଅ ସୁହାନା ଖାନ୍ ଓ ପୁଅ ଆର୍ୟନ ଖାନ୍ ମଧ୍ୟ ଉପସ୍ଥିତ ଥିଲେ।
ପାର୍ଟି ଶେଷ ହେବା ପରେ ଶାହରୁଖ ଯେତେବେଳେ ହୋଟେଲରୁ ବାହାରିଲେ, ସେତେବେଳେ ବାହାରେ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ପାଇଁ ଏହା ହେଲା ସବୁଠାରୁ ବଡ଼ ସରପ୍ରାଇଜ୍। କେବଳ କିଛି ସେକେଣ୍ଡ ପାଇଁ ଶାହରୁଖଙ୍କୁ ଦେଖିବା ମାତ୍ରେ ଫ୍ୟାନ୍ସ ଖୁସିରେ ଚିତ୍କାର କରିଉଠିଥିଲେ। ସେ ହାତ ହଲାଇ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ସହ ନିଜ ସ୍ୱତନ୍ତ୍ର ଅନ୍ଦାଜରେ ଫ୍ଲାଇଂ କିସ୍ ଦେଇଥିଲେ। କିଙ୍ଗ୍ ଖାନ୍ଙ୍କ ଏହି ଝଲକ ଫ୍ୟାନ୍ସଙ୍କ ରାତିକୁ ଆହୁରି ସ୍ମରଣୀୟ କରିଦେଇଥିଲା।
ଏହାରି ଭିତରେ ଫିଲ୍ମ ‘କିଙ୍ଗ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରିଲର୍ ରେ ଶାହରୁଖ୍ ଙ୍କ ସହ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଦୀପିକା ପାଦୁକୋନ୍, ଅନିଲ କପୁର, ରାଣୀ ମୁଖାର୍ଜୀ ଓ ଜୟଦୀପ ଅହଲାୱତ୍ ନଜର ଆସିବେ। ଡିସେମ୍ବର ୨୪ରେ ଫିଲ୍ମଟି ପରଦାକୁ ଆସିବ।




