Breaking Newsଓଡ଼ିଶା

ନୂ୍ଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତି ବିଷୟରେ କରିବେ ଆଲୋଚନା

ବାତ୍ୟା ଓ ଭୂସ୍ଖଳନର ଡବଲ୍ ଚ୍ୟାଲେଞ୍ଜ ଭିତରେ ରାଜ୍ୟ। ଏପଟେ କ୍ଷୟକ୍ଷତିର ଆକଳନ, ସେପଟେ ନିଖୋଜଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ। ଏହାରି ଭିତରେ ଆଜି ସନ୍ଧ୍ୟାରେ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଗସ୍ତ କରିବେ। ଦିଲ୍ଲୀରେ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ ବାତ୍ୟାଜନିତ କ୍ଷୟକ୍ଷତିର ଚିତ୍ର। ରାଜ୍ୟର କ୍ଷୟକ୍ଷତିର ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିବେ ବୋଲି ସୂଚନା ରହିଛି।

ସେପଟେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାଟି ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରିବାକୁ କୁହାଯାଇଛି। ବିଶେଷକରି ଜି. ଉଦୟଗିରି ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ଯୋଗେ ପହଞ୍ଚାଯିବ ଅତ୍ୟାଧୁନିକ ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍।

ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ଏହି ଟେକ୍ନୋଲୋଜିର ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ବ୍ୟବସ୍ଥା ମାଧ୍ୟମରେ ମାଟି, ପଙ୍କ ଓ ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତ ଚିହ୍ନଟ କରାଯାଇପାରିବ। ଫଳରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନରେ ଏହା ସହାୟକ ହୋଇପାରିବ।ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ରେଳ ବିଭାଗର ସହଯୋଗ ଲୋଡ଼ିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ହୋଇଛି।

Related Articles

Back to top button