Breaking Newsଓଡ଼ିଶା

ଆସୁଛି କେନ୍ଦ୍ରୀୟ ଟିମ୍ । ହେବ କ୍ଷୟକ୍ଷତିର ଆକଳନ

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରଭାବିତ ହୋଇଛି ଗଞ୍ଜାମ, ଗଜପତି । କହିବାକୁ ଗଲେ ପୂରା ଭାସିଯାଇଛି । ଆଉ ଏହାର କ୍ଷୟକ୍ଷତିର ଆକଳନ କରିବାକୁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ରହିବେ । ଟିମ୍‌ର ନେତୃତ୍ୱ ନେଉଥିବା ରବି ଶଙ୍କର ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଅନ୍ୟ ସଦସ୍ୟମାନେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ରାଜଧାନୀରେ ପହଞ୍ଚିବା ନେଇ ସୂଚନା ରହିଛି ।

ଏହି ଟିମ୍‌ରେ କୃଷି, ଅର୍ଥ, ଜଳଶକ୍ତି, ଶକ୍ତି, ସଡ଼କ ପରିବହନ, ଗ୍ରାମ୍ୟ ଉନ୍ନୟନ ଏବଂ ମହାକାଶ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ଟିମ୍‌ରେ କୃଷି ବିଭାଗର ଡ. ମନ୍ ସିଂହ, ଅର୍ଥ ମନ୍ତ୍ରାଳୟର ରାହୁଲ ଚୌରାସିଆ, କେନ୍ଦ୍ରୀୟ ଜଳ ଆୟୋଗର ଦିଲୀପ କୁମାର ଜେନା, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର କରଣ ସରିନ୍, ସଡ଼କ ପରିବହନ ମନ୍ତ୍ରାଳୟର ସୁନୀଲ କୁମାର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅଜୟ କୁମାର ସାହୁ ଏବଂ ଇସ୍ରୋର ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟରର ବୈଜ୍ଞାନିକ ସି. ସାଇ କୃଷ୍ଣ ସାମିଲ ଅଛନ୍ତି ।

Related Articles

Back to top button