ମାଡ଼ି ଆସିଲା ଜଳପ୍ରଳୟ ! ନେପାଳ ପରି ଭାସିଯିବ

ଏବେ ସବୁଠି ତାଣ୍ଡବ ରଚୁଛି ପ୍ରକୃତିର ମହାପ୍ରଳୟ ! ଏ ଦୃଶ୍ୟ କିଛି ଦିନ ତଳେ ନେପାଳରେ ଦେଖାଦେଇଥିବା ବିନାଶକାରୀ ବନ୍ୟା ସ୍ଥିତିକୁ ମନେପକାଇ ଦେଉଛି । ହଁ ଆଂଜ୍ଞା ନେପାଳ ପରେ ଭୁଟାନରେ ପ୍ରକୃତିର ମହାପ୍ରଳୟ ! ଭୁଟାନର ବରଫ ପାହାଡ଼ ତଳେ ଥିବା ଶିନ୍ତାଫୁ ହ୍ରଦ ଫାଟିଯିବାରୁ ଏଠି ଦେଖାଦେଇଛି ଭୟଙ୍କର ବନ୍ୟା ।ଭୁଟାନ ଗାସା ଜିଲ୍ଲାରେ ଥିବା ଶିନ୍ତାଫୁ ହ୍ରଦରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ଏହା ବିସ୍ଫୋରଣ ପରି ଫାଟିଥିଲା । ଏହି ବରଫ ହ୍ରଦରୁ ବାହାରିଥିବା ବନ୍ୟାଜଳ ଦ୍ରୁତଗତିରେ ମାଡିଆସିଥିଲା ତଳିଆ ଅଂଚଳକୁ । ଏଥିରେ ଭୁଟାନର ପୁନାଖା ଅଞ୍ଚଳରେ ଥିବା ସୋଲାର ଇରିଗେସନ୍ ଲିଫ୍ଟିଂ ସିଷ୍ଟମ୍ କ୍ଷତିଗ୍ରସ୍ତ ହୋଇଛି ।
ରାସ୍ତାଘାଟ ଧୋଇଯାଇଛି । ଭୁଟାନରେ ଏପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ନାହିଁ, ସତ… କିନ୍ତୁ ଭୁଟାନର ଏହି ପ୍ରଳୟ, ଏବେ ଭାରତ ପାଇଁ ସାଜିଛି ବଡ଼ ଚିନ୍ତାର କାରଣ । ଭୁଟାନର ବନ୍ୟାଜଳ ମୋଫୁ ନଦୀ ଦେଇ ପଶ୍ଚିମବଙ୍ଗର ସଙ୍କୋଶ ନଦୀ ଆଡକୁ ପ୍ରବାହିତ ହେଉଛି । ଏଥିପାଇଁ ପଶ୍ଚିମବଙ୍ଗ ଓ ଆସାମର ୫ଟି ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।




