
ଭୁବନେଶ୍ୱର, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି, ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ, ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବାର, ସମ୍ଭାବନା ରହିଛି।ଥାଇଲାଣ୍ଡ ଉପକୂଳ ଅଥବା ଦକ୍ଷିଣ ଆଣ୍ଡାମାନ ସାଗରରେ, ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଚୀନ୍ ସାଗରରୁ ଥାଇଲାଣ୍ଡ ଉପସାଗର ଦେଇ ଯାଇଥିବା, ଏକ ସିଷ୍ଟମର ଖଣ୍ଡ ବିଶେଷ। ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବ। ଏହା କେତେଦୂର ଘନୀଭୂତ ହେବ ଏବଂ କେଉଁ ଆଡ଼କୁ ଗତି କରିବ, ବର୍ତ୍ତମାନ ସ୍ପଷ୍ଟ ଆକଳନ, କରାଯାଇପାରୁନାହିଁ। କିନ୍ତୁ ୟୁରୋପିଆନ୍ ମଡେଲ ଇସିଏମ୍ଡବ୍ଲ୍ୟୁଏଫ୍ ଆକଳନ ଅନୁଯାୟୀ, ଏହା ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଅବସ୍ଥାରେ, ତାମିଲନାଡୁ ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁଁହାଇବ ।ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁଁହାଇବାର ,ସମ୍ଭାବନା ରହିଛି। ପ୍ରାଥମିକ ଆକଳନ ଅନୁସାରେ ଓଡ଼ିଶା ଉପରେ, ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।




