ନ୍ୟୁଜିଲାଣ୍ଡ ମାଟିରେ ଧୂଆଁଧାର ବ୍ୟାଟିଂ

ନ୍ୟୁଜିଲାଣ୍ଡ ମାଟିରେ ଧୂଆଁଧାର ବ୍ୟାଟିଂ । ଭାରତୀୟ ଓପନର ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୂରା ଖେଳରେ ଧୁଆଁଉଡାଇ ଦେଇଛନ୍ତି | ତୃତୀୟ ଟି-୨୦ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚା । ଦୁଇ ବ୍ୟାଟରଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ନ୍ୟୁଜିଲାଣ୍ଡ ବୋଲର ଅସହାୟ ହୋଇପଡ଼ିଥିବା କୁହାଯାଉଛି । ମାତ୍ର ୧୪ଟି ବଲରେ ଭାରତ ୫୦ ରନ୍ ପୂରଣ କରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ଇତିହାସ ରଚିଥିବା ଦାବି ହୋଇଛି ।
ସବୁଠାରୁ ବଡ଼ କଥା ହେଉଛି, ପ୍ରଥମ ୬ ଓଭରର ପାୱାରପ୍ଲେରେ ଭାରତ ବିନା ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିବା ଦାବି କରାଯାଇଛି । ଏହା ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ପାୱାରପ୍ଲେ ସ୍କୋର ବୋଲି କୁହାଯାଉଛି । ପୂର୍ବରୁ ରୋମାନିଆ ସର୍ବିଆ ବିପକ୍ଷରେ ୧୧୬ ରନ୍ ଏବଂ ଅଷ୍ଟ୍ରେଲିଆ ସ୍କଟଲାଣ୍ଡ ବିପକ୍ଷରେ ୧୧୩ ରନ୍ କରିଥିଲା ।କେବଳ ସେତିକି ନୁହେଁ, ଭାରତ ମାତ୍ର ୫ ଓଭରରେ ୧୦୦ ରନ୍ ପୂରଣ କରି ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଥିବା କୁହାଯାଉଛି । ଟି-୨୦ କ୍ରିକେଟରେ ଏତେ କମ୍ ବଲରେ ଦଳଗତ ଶତକ ପୂରଣ କରିବା ବିରଳ ଘଟଣା । ଏହାପୂର୍ବରୁ ରୋମାନିଆ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଭଳି ଦଳ ଦ୍ରୁତ ଶତକ ହାସଲ କରିଥିଲେ ।
ଅନ୍ୟପଟେ ଦ୍ରୁତତମ ବ୍ୟକ୍ତିଗତ ଅର୍ଦ୍ଧଶତକ ରେକର୍ଡ ଏବେ ବି ଯୁବରାଜ ସିଂହଙ୍କ ନାଁରେ ରହିଛି । ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହ ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପାଳିର ପ୍ରଥମ ବଲରେ ୮ ଥର ଛକା ମାରିଥିବା ଦାବି ମଧ୍ୟ ସାମ୍ନାକୁ ଆସିଛି । ତେବେ ୱେଲିଂଟନରେ ଭାରତର ବିସ୍ଫୋରକ ବ୍ୟାଟିଂ ଓ ରେକର୍ଡକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି ।




