ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଆନନ୍ଦ ଉଲ୍ଲାସର ସହ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି କୁମାରୀ ଝିଅମାନେ।

ଭୁବନେଶ୍ୱର,ପାରମ୍ପରିକ ରୀତିନୀତି, ପୂଜାପାଠ ଓ ଖେଳକୁଦ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ, ଆଜି ପବିତ୍ର କୁମାର ପୂର୍ଣ୍ଣିମା ପର୍ବ ପାଳନ କରୁଛନ୍ତି, କୁମାରୀ ଝିଅମାନେ। କୁମାରୀ ଝିଅମାନେ ଆଜି ସକାଳ ସମୟରୁ ,ସ୍ନାନ କର୍ମ ସାରି ନୂଆ ବସ୍ତ୍ର ପରିଧାନ କରି, ଆଞ୍ଜୁଳି ଟେକିଥାନ୍ତି। ବିଶେଷକରି କୁମାର କାର୍ତ୍ତିକେୟଙ୍କ ପରି ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ପାଇବାର ମନୋକାମନା ନେଇ, କୁମାରୀ ଝିଅମାନେ ଏହି ପର୍ବକୁ ଅତି ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। ଏହି ପର୍ବ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ସାମାଜିକ ମିଳନର ଏକ ଅନନ୍ୟ ଉତ୍ସବ।ସନ୍ଧ୍ୟା ସମୟରେ ଚଉରା ମୂଳେ ଚାନ୍ଦ ପୂଜା କରି ପାରମ୍ପରିକ ରୀତିନୀତିରେ, ଏହି ପର୍ବକୁ ସମାପନ କରିବେ। ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ପର୍ବ ପାଳନ କରି, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି, ଗ୍ରାମାଞ୍ଚଳର ଯୁବତୀମାନେ।




