ଓଡ଼ିଶା

ଭୟଙ୍କର ଦୁର୍ଘଟଣା। ନିପାତ ହୋଇଗଲା ପରିବାର

ଭୟଙ୍କର ସଡ଼କ ଦୁର୍ଘଟଣା । ପୂରା ନିପାତ ହୋଇଗଲା ଗୋଟେ ପରିବାର । ଏକ ସାଙ୍ଗରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ । ହଁ ଆଂଜ୍ଞା ଏହି ଭୟଙ୍କର ସଡକ ଦୁର୍ଘଟଣା ରାଜସ୍ଥାନର ଚୁରୁ ଜିଲ୍ଲାରେ ଘଟିଛି । ଦ୍ରୁତ ଗତିରେ ଯାଇ ଟ୍ରକକୁ ଧକ୍କା ଦେଲା କାର। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସହିତ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭରଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ପୂରା ପରିବାର ତାରାନଗରର ସୋମସିସର ଗାଁରୁ ଗୋଗାମେଡିକୁ ଦେବୀ ଦର୍ଶନ ପାଇଁ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏକ ୭ ମାସର ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି। ଶିଶୁକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି।

 

Related Articles

Back to top button