Breaking Newsଜାତୀୟ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ପ୍ରସ୍ତୁତ ହେଲା କାର୍ଯ୍ୟସୂଚୀ

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଉଁଠାରେ ଯୋଗ ଦେବେ , କଣ କଣ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କର ସମ୍ପୂର୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।ଅପରାହ୍ନ ୪ଟା ୧୫ରେ ଏମ୍‌ଆଇ-୧୭ ହେଲିକପ୍ଟରରେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ୪ଟା ୩୫ରେ ଖୋର୍ଦ୍ଧା ହେଲିପ୍ୟାଡ୍‌ରେ ପହଞ୍ଚିବେ । ଏହାପରେ ୪ଟା ୪୦ରେ ସଡ଼କପଥରେ କାର୍ଯ୍ୟକ୍ରମସ୍ଥଳକୁ ଯାତ୍ରା କରିବେ ।

ଅପରାହ୍ନ ୪ଟା ୪୫ରେ ଖୋର୍ଦ୍ଧା ଆର୍‌ବିଆଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ସେଠାରେ ୫ଟା ୪୫ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଏହାପରେ ୫ଟା ୫୦ରେ କାର୍ଯ୍ୟକ୍ରମସ୍ଥଳରୁ ବାହାରି ସଡ଼କପଥରେ ଭୁବନେଶ୍ୱର ବିମାନବନ୍ଦର ଯିବେ । ସନ୍ଧ୍ୟା ୬ଟା ୩୦ରେ ବିମାନବନ୍ଦରରେ ପହଞ୍ଚିବେ ଏବଂ ୬ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ।

Related Articles

Back to top button