
ଭୁବନେଶ୍ୱର, ଭାରତୀୟ ପାଣିପାଗ ବିଭାଗ, ଅକ୍ଟୋବର ୧୯ରେ ଜାରି କରିଥିବା ପାଣିପାଗ ସୂଚନା ଅନୁସାରେ, ଥାଇଲାଣ୍ଡ ଉପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ, ଏକ ଘୂର୍ଣ୍ଣିବଳୟ ରହିଛି। ଏହା ଅକ୍ଟୋବର ୨୧ ସୁଦ୍ଧା ଆଣ୍ଡାମାନ ସାଗର ଆଡ଼କୁ, ଗତି କରିପାରେ।
ଏହାର ପ୍ରଭାବରେ ଅକ୍ଟୋବର ୨୪ ବେଳକୁ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ, ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।, ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତ କିମ୍ବା ଗଭୀର ଅବପାତରେ, ପରିଣତ ହୋଇପାରେ। ଅନ୍ୟ କେତେକ ମଡେଲ କହୁଛନ୍ତି, ଏହା ଦୁର୍ବଳ ରହିପାରେ।
ଲଘୁଚାପ ଯୋଗୁଁ ଓଡ଼ିଶା ପ୍ରତି ବାତ୍ୟାର ବିପଦ ରହିଛି ବୋଲି, ଏଯାଏଁ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏହା କେତେ ଶକ୍ତିଶାଳୀ ହେଉଛି ଏବଂ କେଉଁ ଦିଗକୁ ଯାଉଛି, ତାହା ଜଣାପଡ଼ିବା ପରେ, ଓଡ଼ିଶା ଉପରେ ଏହାର ପ୍ରଭାବ ବିଷୟରେ ସ୍ପଷ୍ଟ ଚିତ୍ର ମିଳିବ।
ଯଦି ଲଘୁଚାପଟି ଶକ୍ତିଶାଳୀ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଆସେ, ତେବେ ରାଜ୍ୟରେ ବର୍ଷା ଓ ପବନ ହେବାର ସମ୍ଭାବନା ବିଷୟରେ ,ଅଧିକ ସୂଚନା ମିଳିପାରିବ। ତେବେ ରାଜ୍ୟର କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ତାହା ଏବେ କହିବା ସମ୍ଭବ ନୁହେଁ।




