Uncategorized

ରୋନାଲ୍ଡୋଙ୍କୁ ବଡ଼ ଝଟକା! ୩୦ ଦିନ ପାଇଁ ନିଲମ୍ବନ, ଲାଗିଲା ଜରିମାନା

ଫୁଟବଲ୍ ଜଗତର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ନେଇ ବଡ଼ ଚର୍ଚ୍ଚା! ପର୍ତ୍ତୁଗାଲ ଜାତୀୟ ଦଳର କ୍ୟାମ୍ପ ଛାଡ଼ିବା ଘଟଣାରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଖବର ସାମ୍ନାକୁ ଆସିଛି।ରିପୋର୍ଟ ଅନୁସାରେ, ରୋନାଲ୍ଡୋଙ୍କୁ ୩୦ ଦିନ ପାଇଁ ନିଲମ୍ବନ କରାଯିବା ସହ ୨୫୫ ୟୁରୋ ଜରିମାନା ଲଗାଯାଇଛି। କିନ୍ତୁ ଏହା ପଛରେ ରହିଛି କ’ଣ କାରଣ?

ସୂଚନା ଅନୁସାରେ, ଦଳରେ ନିଜର ଭୂମିକା ଏବଂ ଖେଳିବାର ସୁଯୋଗକୁ ନେଇ ରୋନାଲ୍ଡୋ ଓ କୋଚ୍‌ଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ନରୱେ ବିପକ୍ଷ ମ୍ୟାଚ୍‌ରେ ଖେଳିବାର ସୁଯୋଗ ନମିଳିବାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି।ଏହାପରେ ଡେନମାର୍କ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋନାଲ୍ଡୋ ଦଳର କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ଏହି ଘଟଣାକୁ ଶୃଙ୍ଖଳା ଭଙ୍ଗ ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ ହୋଇଥିଲା।

ତେବେ ବିବାଦ ପରେ ରୋନାଲ୍ଡୋ ନିଜ ଭୁଲ୍ ସ୍ୱୀକାର କରି କ୍ଷମା ମାଗିଥିବା ଖବର ମଧ୍ୟ ରହିଛି। ଫୁଟବଲ୍‌ରେ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି କହି ସେ ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।ଏବେ ସବୁଠାରୁ ବଡ଼ ପ୍ରଶ୍ନ ରୋନାଲ୍ଡୋ କେବେ ଫେରିବେ ଜାତୀୟ ଦଳକୁ? ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Related Articles

Back to top button