କ୍ରୀଡ଼ା

ଆଇପିଏଲ୍‌ ୨୦୨୭। କେଉଁ ଦଳରୁ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା?

ଆଇପିଏଲ୍‌ ୨୦୨୭କୁ ନେଇ ଏବେଠୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଲାଣି । କିନ୍ତୁ ଏଥର ସମସ୍ତଙ୍କ ନଜର ରହିଛି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଗାମୀ ସିଜନ୍‌ରେ ହାର୍ଦ୍ଦିକ କେଉଁ ଦଳ ପାଇଁ ଖେଳିବେ, ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଡ଼ ବୟାନ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଦେଇଛି ।

ଆଇପିଏଲ୍‌ ୨୦୨୭ ପାଇଁ ଡିସେମ୍ବର ୧୬ରେ ଗୋଆରେ ମିନି ଅକ୍ସନ୍‌ ଆୟୋଜନ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍‌ ନିଜର ଖେଳାଳି ରିଟେନ୍‌ ଓ ରିଲିଜ୍‌ ତାଲିକା ପ୍ରସ୍ତୁତ କରିବେ। ତେବେ ଅକ୍ସନ୍‌ ପୂର୍ବରୁ ହାର୍ଦ୍ଦିକଙ୍କ ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ହାର୍ଦ୍ଦିକଙ୍କୁ ଚେନ୍ନାଇ ଆଣିବା ପାଇଁ ମହେନ୍ଦ୍ର ସିଂହ ଧୋନି ବ୍ୟକ୍ତିଗତ ଭାବେ ଉଦ୍ୟମ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି |

ତେବେ ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ୍‌ ପକ୍ଷରୁ ହାର୍ଦ୍ଦିକଙ୍କ ଟ୍ରେଡ୍‌ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଏବେ ସବୁଠୁ ବଡ଼ ପ୍ରଶ୍ନ, ହାର୍ଦ୍ଦିକ ମୁମ୍ବାଇରେ ରହିବେ ନା ନୂଆ ଦଳର ଜର୍ସିରେ ନଜର ଆସିବେ?

 

Related Articles

Back to top button