ମୁକୁଳିଲେ ଅଭିଜିତ୍ ଦୀପକେ । ପୁଣି କମ୍ପିବ ଦିଲ୍ଲୀ

କକ୍ରୋଚ ଜନତା ପାର୍ଟିର ପ୍ରତଷ୍ଠାତା ଅଭିଜିତ ଦୀପକେଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀର ସ୍ପେଶାଲ୍ ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ ବା SEM କୋର୍ଟ କିଛି ସର୍ତ୍ତ ସହ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଗତକାଲି ଦିଲ୍ଲୀରେ ତିରଙ୍ଗା ମାର୍ଚ୍ଚ କରୁଥିବା ସମୟରେ ଅଭିଜିତ ଦୀପକେଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୁଲିସ। ଏହି ଘଟଣାରେ ନେହା ବୋରାଙ୍କୁ ବିଳମ୍ବିତ ରାତିରେ ମୁକ୍ତ କରାଯାଇଥିବା ବେଳେ, ଅଭିଜିତ ଦୀପକେଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ SEM କୋର୍ଟରେ ହାଜର କରାଯାଇଥିଲା।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସର୍ତ୍ତରେ ତାଙ୍କୁ ମୁକ୍ତ କରାଯାଇଛି। ଏଥିପାଇଁ ତାଙ୍କୁ ଏକ ପିସ୍ ବଣ୍ଡରେ ସ୍ୱାକ୍ଷର କରିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୫୦ ହଜାର ଟଙ୍କାର ମୁଚଲକାରେ ତାଙ୍କୁ ମୁକ୍ତ କରାଯାଇଛି।ଅନ୍ୟପଟେ, କକରୋଚ ଜନତା ପାର୍ଟିର ଆଇନଗତ କାର୍ଯ୍ୟକଳାପ ଦେଖୁଥିବା ରତ୍ନା ସିଂହ ମଧ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ତେବେ ଅଭିଜିତ ଦୀପକେଙ୍କ ମୁକ୍ତି ପାଇଁ ଲାଗୁ ହୋଇଥିବା ଅନ୍ୟ ସର୍ତ୍ତଗୁଡ଼ିକ କ’ଣ, ସେନେଇ ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି।ଏବେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ ଆଗକୁ କ’ଣ ହେବ? ଏବଂ ତାଙ୍କ ମୁକ୍ତି ପରେ କକରୋଚ ଜନତା ପାର୍ଟିର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ?




