Breaking Newsଓଡ଼ିଶା

ରାଜଧାନୀରେ ଗଡ଼ୁନି ଗାଡ଼ି | କେମିତି ହେବ ଟ୍ରାଫିକ୍‌ ନିୟନ୍ତ୍ରଣ?

ପୂଜା ପୂର୍ବରୁ ଅସମ୍ଭାଳ ହେଲାଣି ରାଜଧାନୀରେ ଭିଡ଼ । ଦିନରେ ତ ଯାହା ଟିକେ । ସଞ୍ଜ ନଇଁଲେ ଗାଡ଼ି ଗଡ଼ୁନି | ପାର୍ବଣ ଋତୁରେ ଉତ୍ସବମୁଖର ରାଜଧାନୀ ଏବେ ଟ୍ରାଫିକ୍‌ ଯନ୍ତ୍ରଣାରେ ଛଟପଟ। ଦଶହରାରେ ମା’ଙ୍କ ଦର୍ଶନ, ପୂଜା ମଣ୍ଡପ ବୁଲା ଓ ବଜାରରେ କିଣାକିଣି ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି ହଜାର ହଜାର ଲୋକ। ଫଳରେ ଦିନରେ ବି ରାସ୍ତାରେ ଗାଡ଼ି ଗଡ଼ିବା କଷ୍ଟକର ହୋଇପଡ଼ୁଛି। ସଞ୍ଜ ନଇଁଲେ ପରିସ୍ଥିତି ଆହୁରି ଜଟିଳ ହେଉଛି। ଅନେକ ସ୍ଥାନରେ ଯାତାୟାତ ଧିମେଇ ଯାଉଥିବାରୁ ଲୋକଙ୍କୁ ଦୀର୍ଘ ସମୟ ଧରି ଟ୍ରାଫିକ୍‌ରେ ଫସି ରହିବାକୁ ପଡ଼ୁଛି। ପାର୍ବଣରେ ଭିଡ଼ ହେବା ସ୍ୱାଭାବିକ।

ହେଲେ ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇପାରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଟିକିଏ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ମନ୍ଥର ହୋଇଯାଉଛି। ଜଳ ନିଷ୍କାସନ ସମସ୍ୟା, ରାସ୍ତାର ଅବସ୍ଥା, ଅନିୟନ୍ତ୍ରିତ ଗାଡ଼ି ପାର୍କିଂ ଏବଂ ଅଧିକ ଯାନବାହନ ଚଳାଚଳ ଏହି ସମସ୍ୟାକୁ ଆହୁରି ବଢ଼ାଉଛି କି? ପାର୍ବଣରେ ରାଜଧାନୀବାସୀଙ୍କୁ ଉତ୍ସବର ଆନନ୍ଦ ମିଳିବ ନା ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅଟକି ରହିବାକୁ ପଡ଼ିବ? ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନର ପ୍ରସ୍ତୁତି କେତେ ପ୍ରଭାବଶାଳୀ? ଏହି ସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠୁଛି।

Related Articles

Back to top button