Breaking Newsଅପରାଧଓଡ଼ିଶା

ନୟାପଲ୍ଲୀ ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ | ରାସ୍ତା ପାର ବେଳେ ଚଢ଼ିଗଲା

ପୁଣି ରାଜଧାନୀରେ ଆତଙ୍କ । ହିଟ୍‌ ଆଣ୍ଡ ରନ୍ ରେ ଥରୁଛି ରାଜଧାନୀ । ସମ ପରେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଆଉ ଏହି ସମୟର ସିସିଟିଭି ଫୁଟେଜ୍‌ ଭାଇରାଲ ହେଉଛି । ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି କଳା ରଙ୍ଗର ଏସ୍‌ୟୁଭି । ଆଉ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗୁରୁତର ଆହତ ବ୍ୟକ୍ତି ହେଲେ ଭରତପୁର ସାଂପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି । ଖବର ପାଇଁ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚିଥିଲା । ଆଉ ସେଠାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରିଥିଲା । ଆଉ ଏହା ଆଧାରରେ ଗାଡି ନମ୍ବର ଜଣାପଡିବା ପରେ ତଦନ୍ତ ଚଳାଇଛି ପୋଲିସ । ତେବେ ରାଜଧାନୀରେ ନିତିଦିନ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆଉ ଗାଡ଼ି ଚାଳକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି।

Related Articles

Back to top button