ଓଡିଶାରୁ ବିଦାୟ ନେଲେ ଡ. ହରିବାବୁ କମ୍ଭମପାଟି

ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ଓଡିଶା ଆଜି ତାଙ୍କର ଥିଲା ଶେଷ ଦିନ । ଏହା ପୂର୍ବରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ପରେ ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ପରିବାର ସହ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦାୟ ନେବା ସମୟରେ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ।
ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟରେ ତାଙ୍କର କାର୍ୟ୍ୟକାଳ ସମୟରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସହଯୋଗ ଓ ସମନ୍ୱୟ ପ୍ରଦାନ କରିଥିଲେ, ସେଥିପାଇଁ ରାଜ୍ୟପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଲୋକଭବନର କର୍ମଚାରୀମାନେ ମଧ୍ୟ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ରାଜ୍ୟପାଳଙ୍କ ସହ କାର୍ୟ୍ୟ କରିବାର ସ୍ମୃତିଚାରଣ କରିଥିଲେ। ପରିଶେଷରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।



