ରାବଣ ପୋଡ଼ିରେ ଜଳିବେ କକ୍ରୋଚ୍

ରାବଣ ପୋଡ଼ିରେ ବି ରାଜନୀତି | ରାମଲୀଳା ମଇଦାନରେ ରାବଣଙ୍କ ସହ ଜଳିବ ୩୦ ଫୁଟର କକ୍ରୋଚ୍ | ହଁ ଆଂଜ୍ଞା ଦିଲ୍ଲୀରେ ଏବେ ଅସରପାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ରାସ୍ତାକୁ ଓହ୍ଲାଇଥିବା ବେଳେ, ଅନ୍ୟପଟେ ଦିଲ୍ଲୀର ଏକ ରାମଲୀଳା ଉତ୍ସବରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ସହ ୩୦ ଫୁଟ୍ ଉଚ୍ଚର ଏକ ଅସରପା ପ୍ରତିକୃତି ଦହନ କରାଯିବାକୁ ଯୋଜନା କରାଯାଇଛି।
କକ୍ରୋଚ୍ ଜନତା ପାର୍ଟି ପୂର୍ବରୁ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିକ୍ଷୋଭ କରିଥିଲା। ଜୁନ୍ ଓ ଜୁଲାଇ ମାସରେ ଏହି ସଂଗଠନ ଏକ ମାସରୁ ଅଧିକ ସମୟ ଧରି ଜନ୍ତରମନ୍ତରରେ ଧାରଣା ଦେଇଥିଲା। ଜୁଲାଇ ୨୦ରେ ସଂସଦ ଅଭିମୁଖେ ପଦଯାତ୍ରା ପରେ ପ୍ରଧାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ବୋଲି ଉଲ୍ଲେଖ କରାଯାଇଛି।
ଏବେ କକ୍ରୋଚ୍ ଜନତା ପାର୍ଟି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି। ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ ଏହି ଦାବି କରାଯାଇଛି। ଦିଲ୍ଲୀରେ ହୋଇଥିବା ଏହି ବିକ୍ଷୋଭ ସମୟରେ ଅନେକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାମ୍ବାଦିକଙ୍କୁ ହେପାଜତକୁ ନିଆଯାଇଥିଲା।




